Hindustan
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଓପ୍ନର ବିରେନ୍ଦ୍ର ସିଂହ ସେହବାଗ୍ ସୌରଭ ଗାଙ୍ଗୁଲୀ ବିସିସିଆଇର ସଭାପତି ହେବା ପରେ ନିଜର ଖୁସି ଜାହିର କରିଛନ୍ତି। ତାଙ୍କୁ ଯେତେବେଳେ ଗାଙ୍ଗୁଲୀଙ୍କ ବିଷୟରେ ପଚରାଗଲା ସେ କହିଛନ୍ତି, ‘ଏହା ଅତ୍ୟନ୍ତ ଖୁସିର କଥାରେ ଏହି ଶୀର୍ଷ ପଦବୀ ପାଇଁ ଗାଙ୍ଗୁଲୀଙ୍କୁ ବଛାଯାଇଛି। ଏହି ପଦ ପାଇଁ ସେ ଏକମାତ୍ର ହିଁ ଯୋଗ୍ୟ ଥିଲେ ବୋଲି ସେହ୍ବାଗ୍ ଜଣାଇଛନ୍ତି।
ତେବେ, ଗାଙ୍ଗୁଲୀଙ୍କ ସହ ଭାରତୀୟ କ୍ରିକେଟ୍ ଟିମ୍ର କୋଷାଧକ୍ଷ ଭାବେ ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ଧୁମାଲ ନିଯୁକ୍ତି ପାଇଥିବା ବେଳେ ବୋର୍ଡର ସଚିବ ପଦରେ ନିଯୁକ୍ତି ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା। କେରଳର ପ୍ରଶାସକ ଜୟେଶ ଜର୍ଜ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ ଉପ-ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଉତ୍ତରାଖଣ୍ଡର ମହିମ ବର୍ମା।
Hindi News - India TVଉଲ୍ଳେଖଯୋଗ୍ୟ, ବିସିସିଆଇର ୩୯ ସଭାପତି ହେବାର ପରଦିନ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ସାରିଛନ୍ତି ରବି ଶାସ୍ତ୍ରୀ। ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି କି ଗାଙ୍ଗୁଲୀଙ୍କ ସଭାପତି ହେବା ଏହି ସୂଚନା ଦେଉଛି ଯେ ଭାରତୀୟ କ୍ରିକେଟ୍ ଠିକ୍ ଦିଗରେ ଗତି କରୁଛି।
Follow Us